This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷରେ ଏଚଆଇଭି/ଏଡ୍ସ ଓ ଯୌନ ରୋଗ ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା
Baudh Sadar, Boudh (Bauda) | Aug 22, 2025
ଶୁକ୍ରବାର ଦିନ ଆଇସିଟିସି ଓ DSRC ର ମିଳିତ ସହଯୋଗିତାରେ ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ବ୍ଲକର 25 ଜଣ ସରପଞ୍ଚଙ୍କୁ ନେଇ ଏଚଆଇଭି/ଏଡସ ତଥା ଯୌନରୋଗ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସଂଘମିତ୍ରା ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ବୌଦ୍ଧ ବିଡ଼ିଓ ଯୋଗ ଦେଇଥିଲେ |