Download Now Banner

This browser does not support the video element.

ଭୋଗରାଇ: ଜଳେଶ୍ୱରପୁର ସ୍ଥିତ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଗୁରୁ ଦିବସକୁ କଳା ଦିବସ ରୂପେ ପାଳିଲେ ବେସରକାରୀ କର୍ମଚାରୀ

Bhograi, Balasore | Sep 5, 2025
ଆଜି ପବିତ୍ର ଗୁରୁ ଦିବସ । କିନ୍ତୁ ନିଜ ଦାବିକୁ ପୂରଣ କରିବା ପାଇଁ ଏହି ଦିବସକୁ କଳା ଦିବସ ଭାବେ ପାଳନ କରୁଛନ୍ତି ଗୁରୁ । ସାରା ରାଜ୍ୟରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ କର୍ମଚାରୀ ଓ ଅଧ୍ୟାପକ ମାନେ ନିଜ କାର୍ଯ୍ୟରୁ ଅବ୍ୟାହତ ନେଇ ଆନ୍ଦୋଳନ ରେ ବସିଛନ୍ତି । ଅଗଷ୍ଟ ୧୬ ତାରିଖ ପାଖରୁ ବିଭିନ୍ନ କଲେଜ କେମ୍ପସରେ ସହ ସହ ବେସରକାରୀ କର୍ମଚାରୀ ମାନେ ଆନ୍ଦୋଳନ ରେ ବସି ସରକାରଙ୍କୁ ନିଜର ଦାବି ପୂରଣ କରିବା ପାଇଁ କହିଛନ୍ତି ।
Read More News
T & CPrivacy PolicyContact Us