This browser does not support the video element.
ଲାଞ୍ଜିଗଡ: ବିଶ୍ଵନାଥ ପୁର ଲେମ୍ପ ରେ ସାର ଅଭାବ, ଚାଷୀଙ୍କ ପ୍ରବଳ ଭିଡ଼, ସାର ନ ପାଇ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ
Lanjigarh, Kalahandi | Sep 6, 2025
ଲାଞ୍ଜିଗଡ ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବା ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା ଓ ଚାଷୀମାନେ ସାର ନ ପାଇ ଅସନ୍ତୋଷ ଫେରୁଥିବା ଆଜି ଦେଖିବାକୁ ମିଳିଛି।ସୂଚନା ମତେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ଵନାଥ ପୁର ପ୍ରାଥମିକ କୃଷି ସମବାୟ ସମିତିରେ ୩୪୦ ବସ୍ତା ୟୁରିଆ ସାର ମହଜୁଦ୍ ଥିବା ବେଳେ ୧୫ଶହରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଆଜି ସକାଳ ନ ଘଣ୍ଟା ସମୟରୁ ଦିବି ୧୨ଘଣ୍ଟା ପର୍ଯ୍ୟନ୍ତ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରି ଥିଲେ।ପରେ ମନା କରିବା ଯୋଗୁଁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।