Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ କଂଗ୍ରେସର ବୈଠକ ପୁର୍ବରୁ ନେତାଙ୍କ ଧସ୍ତାଧସ୍ତି

Koraput Town, Koraput | Sep 4, 2025
ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବାକୁ କୋରାପୁଟ ଟାଉନ୍ ହଲରେ ସୃଜନ ସଂଗଠନ ଅଭିଯାନ ବୈଠକ ଆରମ୍ଭରୁ ଦେଖା ଦେଇଥିଲା କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି। ଯାହା କଂଗ୍ରେସ ସଂଗଠନର ଦୁର୍ବଳତାକୁ ପଦାରେ ପକାଇଲା। ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ନାତି ପ୍ରତ୍ୟୁଷ ପଟ୍ଟନାୟକଙ୍କୁ ବୈଠକରେ ପ୍ରବେଶ କରିବାକୁ ତାରାପ୍ରସାଦ ବାହିନୀପତିଙ୍କ ଭାଇ ଭଗବାନ ବାହିନୀପତି ବିରୋଧ କରିବାରୁ ପାଟିତୁଣ୍ଡ ପରିସ୍ଥିତି ଉପୁଜିଥିଲା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।
Read More News
T & CPrivacy PolicyContact Us