This browser does not support the video element.
ବଡସାହି: ଯଦୁନାଥପୁର,ଅସ୍ତଝରଣ,ମଧୁପୁର,ବର୍ତ୍ତନାରେ ଚୋରା ଦେଶିମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ହଜାରହଜାର କେଜି ପୋଚ ଓ ଶହଶହ ଲିଟର ମହୁଲିମଦ ନଷ୍ଟ
Barsahi, Mayurbhanj | Sep 5, 2025
ବଡସାହିଥାନା ଅଧୀନ ଯଦୁନାଥପୁର,ମଧୁପୁର,ଅସ୍ତଝରଣ, ବର୍ତ୍ତନା ଗାଁରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଶୁକ୍ରବାର ଅପରାହ୍ନ ତିନିଟାରେ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ,ରନ୍ଧାମଦ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟକରିଛି ଅବକାରୀ ବିଭାଗ l ଯଦୁନାଥପୁର, ଅସ୍ତଝରଣ,ମଧୁପୁର ଓ ବର୍ତ୍ତନାରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ବେତନଟୀ ଅବକାରୀ ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା l