This browser does not support the video element.
କୋରାପୁଟ ସହର: ପଥର କୁଆଁରୀ ଲିଜ ନଦେବାକୁ ପିତା ଗୁଡ଼ା ପଞ୍ଚାୟତର ତିନି ଖଣ୍ଡ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
Koraput Town, Koraput | Sep 12, 2025
ଗ୍ରାମ ଉପକଣ୍ଠ ପାହାଡ଼ରେ ଥିବା ପଥର କୁଆଁରୀ ଖନନ ପାଇଁ ଟେଣ୍ଡର ନକରିବା ଦାବିରେ ତିନିଖଣ୍ଡ ଗ୍ରାମର ଲୋକେ ଆଜି ଦିନ ୨ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମିଳିଗୁଡା ବ୍ଲକ ପିତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପେଟକଣା, ଜାଗମଗୁଡ଼ା ଏବଂ ଜାନିଗୁଡ଼ା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉପରୋକ୍ତ ଗ୍ରାମ ଗୁଡ଼ିକ ନିକଟରେ ଥିବା ସୁଲିଆ ଡଙ୍ଗର ଓ ପାଟିଆ ଡଙ୍ଗର ଦୁଇଟି ଉପରେ ଗ୍ରାମବାସୀ ଏବଂ ସେମାନଙ୍କ ଗୃହ ପାଳିତ ପ୍ରାଣୀ ସମ୍ପୂର୍ଣ୍ଣ ନିର୍ଭରଶୀଳ।