Download Now Banner

This browser does not support the video element.

ସୁନ୍ଦରଗଡ ସହର: ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ସବଡେଗା ବ୍ଲକର ଯମୁନା ଓ କେଲୋ ଖଣ୍ଡିରେ ଅବକାରୀ ଚଢାଉ, ଦୁଇ ମହିଳା ଅଭିଯୁକ୍ତ ଗିରଫ

Sundargarh Town, Sundargarh | Sep 6, 2025
ଆଜି ସେପ୍ଟେମ୍ୱର 6 ତାରିଖ ଶନିବାର ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ଆଜି ସବଡେଗା ଅଞ୍ଚଳରେ ଚାଲିଥିବା ଅବାଧ ମଦ କାରବାର ଉପରେ ଚଢ଼ାଉ କରି ଦୁଇ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 30 ଲିଟର ମଦ ଜବତ କରିଛନ୍ତି। ଏହା ସହ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି ଉଭୟ ମହିଳାଙ୍କୁ ସନ୍ଧ୍ୟା 5 ଟା ସମୟରେ କୋର୍ଟ ଚାଲାଣ କରିଛନ୍ତି। ତେବେ ଗିରଫ ଦୁଇ ମହିଳା ଅଭିଯୁକ୍ତ ହେଲେ - ଯମୁନା ଗାଁର ଅନିତା ଡୁଙ୍ଗଡୁଙ୍ଗ ଓ କିଲୋଖଣ୍ଡିର ରଞ୍ଜନା ତନ୍ତୀ। ଅବକାରୀ ଅଧିକ୍ଷଙ୍କ ସିଦ୍ଧେଶ୍ୱର ବେଶ୍ରାଙ୍କ ନିର୍ଦ୍ଦେଶର ଏହି ଚଢାଉ ହୋଇଥିଲା ।
Read More News
T & CPrivacy PolicyContact Us