This browser does not support the video element.
ଅନୁଗୋଳ: ଗଡସନ୍ତ୍ରୀ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ସଞ୍ଜୁ
Anugul, Angul | Sep 10, 2025
ସୂଚନା ମୁତାବକ ଗଡସନ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଏକ ସିମେଣ୍ଟ ଇଟା କାରଖାନାରେ ରହି ଗୟା କାର୍ଯ୍ୟ କରନ୍ତି। ବୁଧୁବାର ଭୋର୍ ସମୟରେ ଶୌଚ ହେବା ପାଇଁ ଯିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ଯାହାଦ୍ୱାରା ଗୟା ହାତୀ ର ଆକ୍ରମଣ ଶିକାର ହୋଇଥିଲେ। କାରଖାନା କର୍ମଚାରୀ ଜାଣି ପାରି ଗୟା କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି କରାଇଛନ୍ତି। ପରିବାରବର୍ଗ ଙ୍କ ସୂଚନା ମୁତାବକ ଗୟା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅଛି।