This browser does not support the video element.
କେନ୍ଦ୍ରାପଡା: ପେଣ୍ଠ ଗାଁ ପୋଖରୀରେ କୁମ୍ଭୀର, ସୁରକ୍ଷା ପାଇଁ ବନ ଅଧିକାରୀଙ୍କୁ ଗ୍ରାମବାସୀ କଲେ ନିବେଦନ
Kendrapara, Kendrapara | Apr 10, 2025
ରାଜନଗର ବ୍ଳକ ରେ ଡାଙ୍ଗମାଳ ଭିତରକନିକା ଜାତୀୟ ଉଦ୍ୟାନ ଥିବାରୁ ରାଜନଗର ଅଂଚଳ ର ପ୍ରତ୍ୟେକନଦୀ ଓ ଗାଁ ପୋଖରୀରେ କୁମ୍ଭୀର ବୁଲୁଥିବାର ଗ୍ରାମବାସୀ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି l ଏନେଇ ବିଡ଼ିଓ ଓ ବନବିଭାଗ କୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର କିଛି ସମାଧାନ ହୋଇପାରୁନାହିଁ lଫଳରେ ଭୟଭୀତ ପେଣ୍ଠ ଗ୍ରାମବାସୀ ଆଜି ଦିନ 11 ଟା ସମୟରେ ରାଜନଗର ବିଡ଼ିଓ ଙ୍କୁ ଦାବୀ ଜଣାଇଥିଲେ l ମାତ୍ର ବିଡ଼ିଓ କୌଣସି କଥା ନଶୁଣିବାରୁ ବାଧ୍ୟହୋଇ ଗୋପାଳପୁର ନିକଟରେ ଥିବା ବନବିଭାଗ ଅଫିସ କୁ ଯାଇ ମୁଖ୍ୟ ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବଙ୍କୁ ଦାବୀ ଜଣାଇ ତୁରନ୍ତ ସମାଧାନପାଇଁ ନିବେଦନ କରିଛନ୍ତି l