Download Now Banner

This browser does not support the video element.

କାକଟପୁର: ବୁଧବାର ବଉରିଆକଣ ଠାରେ ଟଙ୍କା ନଦେଇ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ କାକଟପୁର ଥାନାରେ ମାମଲା ରୁଜ୍ଜୁ

Kakatpur, Puri | Mar 13, 2024
ବୁଧବାର ଦିନ 11 ଘଟିକା ସମୟରେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବାଉରିଆକଣ ଅଞ୍ଚଳର ଦୁଲଲତା ସ୍ୱାଇଁ ଙ୍କ ପୁଅ କାମ କରୁଥିବା ଜାଗର ମାଲିକ ଟଙ୍କା ନଦେବାରୁ ଦୁଲଲତା ତାଙ୍କ ପୁଅକୁ କାମକୁ ଯିବାକୁ ମନା କରିଥିଲେ । କିନ୍ତୁ ମାଲିକ ଜଣକ ଘରେ ପଶି ଜବରଦସ୍ତି ପୁଅକୁ କାମକୁ ଟାଣି ଟାଣି ନେବାକୁ ଉଦ୍ୟମ କରିଥିଲା । ଦଲଲତା ସ୍ୱାଇଁ ବାରଣ କରିବାରୁ ମାଲିକ ତାଙ୍କୁ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ କାକଟପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ଦୁଲାଲତା ସ୍ୱାଇଁ । ଏହି ଏତଲା କୁ ଭିତ୍ତି କରି କାକଟପୁର ଥାନରେ 60/24 ରେ ଏକ ମାମଲା ରୁଜ୍ଜୁ କରାଯାଇଛି।
Read More News
T & CPrivacy PolicyContact Us