This browser does not support the video element.
ସୁନ୍ଦରଗଡ ସହର: ହେମଗିର ରତନ ପୁର ବଡ଼ ବନ୍ଧ (ପୋଖରୀ)ରେ ବୁଡି ଜଣଙ୍କ ମୃତ୍ୟୁ , ଦମକଳ ବାହିନୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର
Sundargarh Town, Sundargarh | Sep 5, 2025
ଆଜି ସେପ୍ଟେମ୍ୱର 5 ତାରିଖ ଶୁକ୍ରବାର ସନ୍ଧ୍ୟା 7 :15 ଟା ପାଖାପାଖି ଏହି ଦୁଃଖଦ ଘଟଣା ଘଟିଛି। ପୋଖରୀରେ ଗାଧୋଇବାକୁ ଯାଇ ଧନେଶ୍ଵର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ହୋଇଛି। ଗାଧଉଥିବା ବେଳେ ସେ ଗଭୀର ଜଳ ମଧ୍ୟରେ ବୁଡି ଯାଇଥିଲେ। କେତେକ ସ୍ଥାନୀୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ହେମଗିର ଅଗ୍ନିଶମ ବିଭାଗକୁ ସୂଚନା ଆସିବା ପରେ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରି ଗଭୀର ଜଳ ମଧ୍ୟରୁ ମୃତକଙ୍କ ଶବକୁ ରାତି 8:40 ପାଖାପାଖି ସମୟରେ ଉଦ୍ଧାର କରିଥିବା ଜଣା ପଡିଛି।