This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଧରା ପଡିଲେ ଭଦ୍ରକ ସହରର ସିସିଟିଭି କ୍ୟାମେରା ଚୋର ,35 କ୍ୟାମେରା ସହ 2 ଗିରଫ, ଭଦ୍ରକ ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Sep 11, 2025
ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ ପ୍ରାୟ 22 ରୁ ଉର୍ଦ୍ଧ ସିସିଟିଭି ଲୁଟି ନେଇଥିଲେ ଦୁଇ ଜଣ ଲୁଟେରା,ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଲୁଟେରା ଙ୍କୁ ଗିରଫ କରାଯାଇଛି,ତେବେ ଗିରଫ ଦୁଇ ଯୁବକ ସିସିଟିଭି କ୍ୟାମେରା ସର୍ଭିସିଂ କାମ କରୁଥିଲେ,ତେବେ ଏହି କ୍ୟାମେରା ଗୁଡ଼ିକୁ ଆବଶ୍ୟକ ସ୍ଥଳେ ସଫା କରି ଅନ୍ୟ କୁ ବିକ୍ରି କରିବା ନେଇ ଆଜି ଦିନ 1 ଟାରେ ଆୟୋଜିତ ଭଦ୍ରକ ଟାଉନ ଥାନା ରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା