This browser does not support the video element.
ସୁନ୍ଦରଗଡ ସହର: ଡୁଡୁକା ଏମ୍ ସି ଏଲ ରାସ୍ତାର ଡୁଡୁକା ଗୋଲେଇ ଛକ ରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରଲର ଧକ୍କାର ଦୁଇ ଆହତ, ବାଇକ୍ ଚେପା, ଟ୍ରଲର ଛାଡ଼ି ଚାଳକ ଫେରାର
Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ଶନିବାର ସକାଳ 8 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଛନ୍ତି ବାଇକ ଚାଳକ ଓ ଆରୋହୀ। ଡୁଡୁକା ଛକରେ ହୋଇଛି ଏହି ଦୁର୍ଘଟଣା। ଦୁର୍ଘଟଣା ଘଟାଇ ଟ୍ରଲର CG -15AC-5078 ନମ୍ବର ବିଶିଷ୍ଟ ଟ୍ରଲର ଚାଳକ ଘଟଣା ସ୍ଥଳରେ ଟ୍ରଲର ଛାଡ଼ି ଚମ୍ପଟ ମାରିଛି। ତେବେ ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରି ରଖିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଅପରପକ୍ଷେ ଘଟଣା ସ୍ଥଳରେ ହେମଗିର ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ