Download Now Banner

This browser does not support the video element.

ପରଜଙ୍ଗ: କୋରମ ଅଭାବରୁ ମରୁଆବିଲି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଙ୍ଗ ରଦ୍ଦ ପ୍ରତିକ୍ରିୟା ରଖିଲେ ତହସିଲଦାର

Parajang, Dhenkanal | Aug 26, 2025
କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଜୟନ୍ତୀବାଳା ରାଉତଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ରଦ୍ଦ କରାଯାଇଛି। ୧୭ଟି ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ। ଯାହାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକଙ୍କ ନିର୍ଦ୍ଦେଶକ୍ରମେ ଅନାସ୍ଥା ଭୋଟିଙ୍ଗ ପ୍ରକ୍ରିୟା କରାଯାଇଥିଲା। ମାତ୍ର ଭୋଟିଙ୍ଗ ସମୟରେ ସରପଞ୍ଚଙ୍କ ବ୍ୟତୀତ କୌଣସି ୱାର୍ଡ ସଦସ୍ୟ ଉପସ୍ଥିତ ନଥିଲେ। ଯାହାକୁ ନେ଼ଇ ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରତିକ୍ରିୟା ରଖିଛନ୍ତି କଙ୍କଡାହାଡ଼ ତହସିଲଦାର
Read More News
T & CPrivacy PolicyContact Us