Download Now Banner

This browser does not support the video element.

କଣ୍ଟାମାଳ: ଡମ୍ବରୁଗଡ ଜଙ୍ଗଲ ଜଙ୍ଗଲରୁ ଘୁଞ୍ଚୁ ନାହାନ୍ତି ହାତୀ ପଲ, ମହାନଦୀ ପାର କରାଇବାକୁ ବନ ବିଭାଗର ଉଦ୍ୟମ ଜାରି

Kantamal, Boudh (Bauda) | Aug 25, 2025
ସୋମବାର ସନ୍ଧ୍ୟା ସୁଦ୍ଧା ବୌଦ୍ଧ ରେଞ୍ଜ ବହିରା ସେକସନ ଡମ୍ବରୁଗଡ ଜଙ୍ଗଲରୁ 8 ଟିକିଆ ହାତୀ ପଲ ଘୁଞ୍ଚୁ ନଥିବା ବେଳେ ଆଜି ରାତିରେ ମହାନଦୀ ପାର କରାଇବାକୁ ବନ ବିଭାଗ ଉଦ୍ୟମ କରୁଛି | ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ରବିବାର ସକାଳେ ଡମ୍ବରୁଗଡ ବିଟକୁ ଚାଲି ଆସିଥିଲେ l ଖବର ପାଇ ବନ ବିଭାଗ ଭାରପ୍ରାପ୍ତ ସଦର ରେଞ୍ଜ ଅଧିକାରୀ ତଥା ଏସିଏଫ ଅର୍ଚ୍ଚନା ଗମାଙ୍ଗୋଙ୍କ ନେତୃତ୍ବରେ ବନ କର୍ମଚାରୀ ହାତୀ ପଲକୁ ଘୌଡାଇବା ପାଇଁ ଉଦ୍ୟମ କରୁଛନ୍ତି |
Read More News
T & CPrivacy PolicyContact Us