This browser does not support the video element.
ଆସିକା: ସିଙ୍ଗିଡା ନଦେବାରୁ ଜଳଖିଆ ଦିକାନୀକୁ ନିର୍ଧୁମ ଛେଚିଲେ ଗ୍ରାହକ,ଦୋକାନୀ ଗୁରୁତର,ତିନି ଆହାତ,ଘଟଣା ଘଟିଛି ଅଶୋକ ସିନେମା ହଲ ଛକ ନିକଟରେ
Asika, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ରେ ଘଟିଛି ଅଭାବନୀୟ ଘଟଣା l ଜଳଖିଆ ଦୋକାନୀ ସିଙ୍ଗିଡା ନଦେବାରୁ ଘଟିଲା ତୁମୁଳ କାଣ୍ଡ l ଗ୍ରାହାକ ଜଳଖିଆ ଦୋକାନୀ କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତିନି ଜଣ ଆହାତ ହୋଇଛନ୍ତି l ଘଟଣାରେ ଜଳଖିଆ ଦୋକାନୀ ଆସିକା ବ୍ଲକ କଲୋନୀ ର ନିହାର ରଞ୍ଜନ ନାହାକ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟତିନି ଆହାତ ଙ୍କ ମଧ୍ୟରେ ଆକ୍ରମଣ କାରି ଏବଂ ଜଣେ ନାବାଳକ ରହିଥିବା ଜଣାପଡିଛି l ସୂଚନା ଅନୁସାରେ ନିହାର ରଂଜନ ଆସିକା ସହର ଅଶୋକା ସିନେମାହଲ ନିକଟରେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ l