This browser does not support the video element.
ପୁରୀ ମ୍ୟୁନିସିପାଲଟି: ବୁଧବାର ବିରପ୍ରତାପ ପୁର ଛକରେ ଦୁର୍ଘଟଣାରେ ଆହତ ବ୍ୟକ୍ତି ପୁରୀ ବଡ଼ଡାକ୍ତରଖାନାରେ ଭର୍ତ୍ତି, ବାଇକ ଥାନାରେ ଅଟକ
Puri M, Puri | Mar 13, 2024
ବୁଧବାର ଦିନ 2 ଘଟିକା ସମୟରେ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ବିରପ୍ରତାପ ପୁର ଗ୍ରାମ ଛକରେ ଦୁର୍ଘଟଣା । ଜନୈକ ଗ୍ରାମବାସୀ ରାସ୍ତାରେ ବିଲ କାମ ସାରି ଫେରୁଥିବାବେଳେ ଏକ ବାଇକ ଭୁବନେଶ୍ୱରପଟୁ ଆସି ଧକ୍କା ଦେଇଥିଲା । ଗ୍ରାମବାସୀ ସେଠାରେ ଆହତ ହୋଇ ତଳେ ପଡ଼ିଥିଲେ । ବାଇକ ଚାଳକ ଜଣକ ମଧ୍ୟ ଆହତ ହୋଇଥିଲେ । ତେବେ ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଂଚି ଦୁଇଜଣ ଆହତଙ୍କୁ ପୁରୀ ବଡ଼ ଡାକ୍ତରଖାନା ପଠାଇଥିବାବେଳେ , ବାଇକ କୁ ଥାନାରେ ଅଟକ ରଖିଥିବା ସୂଚନା ହସ୍ତଗତ ହୋଇଛି ।