Download Now Banner

This browser does not support the video element.

ଦେବଗଡ: କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ ଚାଲାଣ ବେଳେ ସଙ୍ଘବଦ୍ଧ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଆହତ, ପୋଲିସର ତଦନ୍ତ ଆରମ୍ଭ

Debagarh, Debagarh (Deogarh) | Sep 3, 2025
ଦେବଗଡ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ପିଟି ପିଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ତେରେଣ୍ଡାକଟା ଗ୍ରାମର କିଶୋର ମେହେର (୩୫) ବୋଲି ଜଣାପଡିଛି । ସଙ୍ଘବଦ୍ଧ ଆକ୍ରମଣରେ କିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ସହଯୋଗୀ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ (୪୫) ଆହତ ହୋଇଛନ୍ତି । କିଶୋର ଏବଂ ଗୌତମ ଆଜି ଗୋମାଂସ ଚାଲାଣ କରୁଥିଲେ । କେନ୍ଦେଇଜୁରୀ ଗାଁର କିଛି ବ୍ୟକ୍ତି ସୂଚନା ପାଇ ଚଢଉ କରିଥିବା ବେଳେ ସେମାନଙ୍କ ପାଖରୁ ଗୋମାଂସ ଏବଂ ଗାଈର କଟା ମୁଣ୍ଡ ବାହାରିଥିଲା ।
Read More News
T & CPrivacy PolicyContact Us