Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା ଉଚ୍ଛଲା ଠାରେ କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ (ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ)

Lanjigarh, Kalahandi | Sep 6, 2025
ଜୟପାଟଣା ବ୍ଲକ ଅନ୍ତର୍ଗତ କାଳୀକୃଷ୍ଣ ସଂଘ ଉଛଳା ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ ପରେ ଜୁହାର ଭେଟ ଏକ ପରମ୍ପରା ରହିଛି। ନୂଆଖାଇ ଭେଟଘାଟରେ ଶିଷ୍ୟଶିଷ୍ୟା ମାନେ ଗୁରୁଙ୍କର ଦର୍ଶନ କରିବା ସହ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ମାନଙ୍କର ମଧ୍ୟରେ ଜୁହାର ଭେଟ ହୋଇ ଥାଏ। ଏହି ଭେଟଘାଟ ଅବସରରେ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଙ୍କ ଦ୍ଵାରା ଲିଖିତ ଏବଂ କାଳୀ କୃଷ୍ଣ ସଂଘର ପରିଚାଳକ ଶ୍ରୀଶ୍ରୀ ଜଗଦାନନ୍ଦ ଜୀଙ୍କ ଦ୍ବାରା ପ୍ରକାଶିତ ଶ୍ରୀଶ୍ରୀ ସତ୍ୟାନନ୍ଦ ପୂସ୍ତକ ଉନ୍ମୋଚିତ କରାଯାଇଥିଲା।
Read More News
T & CPrivacy PolicyContact Us