Download Now Banner

This browser does not support the video element.

ଦେବଗଡ: ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ; ପତାକା ଉତୋଳନ, ମିଷ୍ଠାନ୍ନ ବଂଟନ ଓ ସାଧାରଣ ସଭା ଅନୁଷ୍ଠିତ

Debagarh, Debagarh (Deogarh) | Aug 31, 2025
ଦେବଗଡ ପୌର ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ପୌରାଞ୍ଚଳରେ ଥିବା ସମସ୍ତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପୌର ପରିଷଦ କାର‌୍ୟ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିସହ ଉପସ୍ଥିତ ସ୍କୁଲ ଛାତ୍ର ଛାତ୍ରୀ, ଜନସାଧାରଣ ଏବଂ ସମସ୍ତ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
Read More News
T & CPrivacy PolicyContact Us