Download Now Banner

This browser does not support the video element.

ବୌଦ୍ଧ ସଦର: ଭୁବନେଶ୍ବର କୃଷି ଶିକ୍ଷା ସଦନ‌ ଠାରେ କେଳାକଟାର ଅଗ୍ରଣୀ ଯୁବ ଚାଷୀ ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ

Baudh Sadar, Boudh (Bauda) | Aug 24, 2025
ରବିବାର ଦିନ ଭୁବନେଶ୍ୱର କୃଷି ଶିକ୍ଷା ସଦନ‌ଠାରେ ଓଡିଶା କୃଷି ଓ ବୈଷୟକ ବିଶ୍ୱ ବିଦ୍ୟାଳୟର 64ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କେଳାକଟାର ଯୁବ ଚାଷୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ରାଜ୍ୟପାଳ ତଥା ଓୟୂଏଟିର କୁଳପତି ହରି ବାବୁ କମ୍ଭମପାଟି ଜ୍ଯୋତି ରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦେଓ ଓ ଅନ୍ୟ ସମ୍ମାନୀତ ଅତିଥି ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us