This browser does not support the video element.
ନନ୍ଦନକାନନ: ନନ୍ଦନକାନନ ଥାନା ଅଞ୍ଚଳରେ ଅଭିଯୋଗକାରିଣୀଙ୍କୁ ମେଡ଼ିସିନ ଦୋକାନ ଭିତରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ
Nandankanan, Khordha | Mar 6, 2025
ନନ୍ଦନକାନନ ଥାନା ଅଞ୍ଚଳରେ ଅଭିଯୋଗକାରିଣୀଙ୍କୁ ମେଡ଼ିସିନ ଦୋକାନ ଭିତରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ | ଅଭିଯୁକ୍ତ ଜଣଙ୍କ ଏକ ମେଡିସିନ ଦୋକାନ କରିଥିବା ବେଳେ ଅଭିଯୋଗକାରିଣୀଙ୍କ ସହ ତାଙ୍କର ଚିହ୍ନାପରିଚୟ ଥିଲା । ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କୁ ଫୋନ କରି ତାଙ୍କ ମେଡିସିନ ଦୋକାନ ନିକଟକୁ ଡାକିଥିଲେ । ଅଭିଯୋଗକାରିଣୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ଦୋକାନକୁ ଭିତର ପଟୁ ବନ୍ଦକରି ଅଭିଯୋଗକାରିଣୀଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ, ଏବଂ ତାଙ୍କୁ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ।