This browser does not support the video element.
ସହିଦ ନଗର: କେଶୁରା ଆଶୁତୋଷ ନଗର ଅଞ୍ଚଳରେ ଘର ତାଲା କାଟି ଲୁଟ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ
Saheednagar, Khordha | Feb 2, 2025
ରାଜଧାନୀ ରେ ପୁଣି ମାତିଲେ ଲୁଟେରା | ଘରର ତାଲା ଭାଙ୍ଗି ଲୁଟିନେଇଗଲେ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର | ଘଟଣା ଘଟିଛି କେଶୁରା ଆଶୁତୋଷ ନଗର ଅଞ୍ଚଳରେ | ଘରେ କେହି ନଥିବା ବେଳେ ଘରେ କଳାକନା ବୁଲାଇଲେ ଲୁଟେରା | ଲୁଟ ପରେ ବିଲ ମଝିରେ ଅଳଙ୍କାର ଭାଗ ବାଣ୍ଟିଲେ ଦୁବୃର୍ତ୍ତ | ଆଜି 4.56ରେ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି | ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଂଚି ଛାନବିନ କରିଥିଲେ | ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରି ଖୋଳତାଡ଼ ଆରମ୍ଭ ଲରିଛି ପୋଲିସ |