This browser does not support the video element.
କଟକ ପୌରାଞ୍ଚଳ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପୁଷ୍ପଙ୍ଗି ନିକଟରେ ଅପମିଶ୍ରଣ କ୍ଷୀର ମିଳିବା ଘଟଣା, ୨ ଜଣ ଗିରଫ
Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଳା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପୁଷ୍ପଙ୍ଗି ନିକଟରେ ଅପମିଶ୍ରଣ କ୍ଷୀର ମିଳିବା ଘଟଣାରେ ୨ ଜଣକୁ ଗିରଫ କରିଛି ଗୁରୁଡିଝାଟିଆ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଧୀର ତିୱାରୀ ଓ ପ୍ରକାଶ ଖୁଣ୍ଟିଆ। ଏ ନେଇ ଶୁକ୍ରବାର ରାତି ୧୧ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଉଭୟ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। କିଛି ଦିନ ପୂର୍ବରୁ ପୁଷ୍ପଙ୍ଗି ନିକଟରେ କ୍ଷୀର ଅପମିଶ୍ରଣ ହେଉଥିବା ସମୟରେ ପୋଲିସ ରେଡ କରିଥିଲା। ତେବେ ସେହି ସମୟରେ ଫେରାର ହୋଇଯାଇଥିଲେ ଏହି ଦୁଇ ଅଭିଯୁକ୍ତ।