This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଖିବୁଜିଲା ଘୋଡା, 2 ଦିନ ତଳେ ପୁରୁଣାବଜାର ହଳଦିଡିହ ଠାରେ ରାସ୍ତା କଡରେ ଫୋଫାଡି ଚାଲି ଯାଇଥିଲା ମାଲିକ
Bhadrak Rural, Bhadrak | Sep 12, 2025
ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ବାଙ୍କାବଜାର ହଳଦୀଡିହ ରାସ୍ତାର ଘଡେଇ ସାହି ନିକଟରେ ଦୁଇ ଦିନ ପୂର୍ବରୁ ଗୋଟିଏ ଘୋଡା ପଡି ଥିବା ଲୋକେ ଦେଖିଥିଲେ। ମାନବିକତା ଭୁଲି ବୁଢା ଓ ରୋଗଗ୍ରସ୍ତ ଘୋଡାକୁ ତାର ମାଲିକ ରାସ୍ତା କଡ଼ରେ ଫୋପାଡ଼ି ଚାଲିଯାଇଥିଲା,ପରେ ସ୍ଥାନୀୟ ଲୋକେ ଭେଟେନାରୀ ଡାକ୍ତରକୁ ଡକାଇ ଚିକିତ୍ସା କରିବା ସହିତ ଘୋଡାକୁ ଖାଇବାକୁ ପିଇବାକୁ ଦେଉଥିଲେ। ମାତ୍ର ଆଜି ସକାଳୁ ଘୋଡାଟି ମରିଯାଇଥିବା ଦେଖିବାକୁ ମିଳିଛି। ତେବେ ଏପରି ଅମାନବୀୟ କାର୍ଯ୍ୟ କରିଥିବା ମାଲିକକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି, ଏହି ଖବର ଆଜି ଦିନ 3 ଟାରେ ହସ୍ତଗତ ହୋଇଛି