Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ଜାତୀୟ ରାଜପଥ ନଂ 143 କଡ଼ରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା।

Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ବର 2 ତାରିଖ ମଙ୍ଗଳବାର ସକାଳ 5 ଟା ପାଖାପାଖି ସମୟରେ ଏହି ଘଟଣା ଲୋକଙ୍କ ନଜରକୁ ଆସିଥିଲା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ନିକଟ ଜାତୀୟ ରାଜପଥ 143 କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ବା କେତେଜଣ ଦୁର୍ବୃତ୍ତ ସମ୍ପୃକ୍ତ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଅତି ଜଘନ୍ୟ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ପାଇଁ ବୀରମିତ୍ରପୁର ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫକ ଟିମ୍ କୁ ସୂଚନା ଦେଇଥିବା ଜଣା ପଡ଼ିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ନାହିଁ।
Read More News
T & CPrivacy PolicyContact Us