Download Now Banner

This browser does not support the video element.

ଭୋଗରାଇ: ତାଳସାରି ସାମୁଦ୍ରିକ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ,୩୦ ଗ୍ରାମ ଧଳା ଜହର ସମେତ ଜଣେ ଗିରଫ ।

Bhograi, Balasore | Sep 8, 2025
ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲା ଭୋଗରାଇର ସାହାବାଜିପୁରରୁ ୩୦ଗ୍ରାମ ଓଜନର ଧଳା ଜହର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଯୁବକକୁ ଗିରଫ କରାଯିବା ସହିତ ଏକ ୟାମାହା ବାଇକ,ମୋବାଇଲ ଆଦି ଜବତ କରା ଯାଇଛି । ଏନେଇ ତାଳସାରି ସାମୁଦ୍ରିକ ଥାନାରେ ଏନଡିପିଏସ କେଶ ନଂ୭୯/୨୫ରେ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି ରହିଥ‌ିବା କଥା ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି । ଗିରଫ ଯୁବକ ଜଣକ ଭୋଗରାଇର କମର୍ଦ୍ଦା ଥାନା ଅଧୀନ କଂଟାବଣିଆ ଗାଁର ରଜନୀକାନ୍ତ ନାୟକଙ୍କ ପୁଅ ଦିବାକାର ନାୟକ(୨୫) ବୋଲି ଜଣା ପଡିଛି ।
Read More News
T & CPrivacy PolicyContact Us