Download Now Banner

This browser does not support the video element.

କେନ୍ଦ୍ରାପଡା: ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର

Kendrapara, Kendrapara | Apr 11, 2025
ଆଜି ଦିନ 10 ଟା ବେଳେ ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର l ଦୀର୍ଘ ଦିନ ଧରି ପୋଖରୀରେ ରହି ଆତଙ୍କ ସୃଷ୍ଟି କରୁଥିବା କୁମ୍ଭୀର କୁ କାବୁକଲା ବନବିଭାଗ l କୁମ୍ଭୀର କୁ ଧରିବାକୁ ଗତକାଲି ବନବିଭାଗ ଅଫିସ ଘେରାଉ କରିଥିଲେ ଗ୍ରାମର ମହିଳାl ପେଣ୍ଠ ଗାଁ ନୀଳକଣ୍ଠେଶ୍ଵର୍ ଏସଏଚଜି ଗ୍ରୁପ ନିଲାମ ନେଇଥିବା ପଞ୍ଚାୟତ ପୋଖରୀ ରେ ଏହି କୁମ୍ଭୀର ଆଜକୁ 3 ମାସ ହେଲା ଦେଖି ବାକୁ ମିଳୁଥିଲା l ଗ୍ରୁପ୍ ର ମହିଳା ମାନେ ଶାଖା ରୁ 5 ଲକ୍ଷ ଟଙ୍କା ଲୋନ୍ ଆଣି ମାଛ ଚାଷ କରି ଥିଲେ । ମାଛ ଗୁଡିକୁ କୁମ୍ଭୀର ଖାଇଯାଉଥିବାରୁ ମହିଳା ମାନେ ଅଭିଯୋଗ କରି ଆସୁଥିଲେ l
Read More News
T & CPrivacy PolicyContact Us