Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଣାଇ କେଲୋ ଛକରେ ଗଛରେ ପିଟି ହେଲା ଯାତ୍ରୀ ବୋଝେଇ ପିକଅପ ଗାଡ଼ି, ଜଣଙ୍କ ମୃତ୍ୟୁ ଓ 15 ରୁ ଅଧିକ ଗୁରୁତର

Sundargarh Town, Sundargarh | Aug 25, 2025
ଆଜି ଅଗଷ୍ଟ 25 ତାରିଖ ସକାଳ 8 ଟା ପାଖାପାଖି ଘଟିଛି ଏହି ଅଘଟଣ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେଲୋ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏକ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେବା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ 15 ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୁଚନା ଅନୁଯାୟୀ, ବନ ବିଭାଗର ଚାରାରୋପଣ କାର୍ଯ୍ୟ ପାଇଁ କେନ୍ଦ୍ରିକଳା ଗ୍ରାମର ଯୁବକ, ମହିଳା ଓ ବୃଦ୍ଧ ମିଶି 40 ଜଣ ଶ୍ରମିକ 2 ଟି ପିକଅପ୍‌ରେ ଯାଉଥିଲେ। ଯାଉଥିବା ସମୟରେ ହଠାତ୍ ଗୋଟିଏ ପିକଅପ ଭାରସାମ୍ୟ ହରାଇ, ଏକ ଗଛକୁ ଧକ୍କା ଦେଇଥିଲା
Read More News
T & CPrivacy PolicyContact Us