This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ମଙ୍ଗଳବଜାର ଏବଂ ପୁରୁଣାବସ୍ତି ଅଂଚଳରେ ସଟ୍ଟା ଚିଟ ବାହାର କରୁଥିବାବେଳେ ୨ ଗିରଫ
Orient, Jharsuguda | Sep 3, 2025
ଝାରସୁଗୁଡା ମଙ୍ଗଳବଜାର ଏବଂ ପୁରୁଣାବସ୍ତି ଅଂଚଳରେ ସଟ୍ଟା ଚିଟ ବାହାର କରୁଥିବାବେଳେ ୨ ଗିରଫ l ଗିରଫ ଅଭିଯୁକ୍ତମାନେ ଗୌରାଙ୍ଗ ରାଉତ ଏବଂ ବିଜୟ ବେହେରା l ଉଭୟ ଅଭିଯୁକ୍ତ ଗତକାଲି ସଟ୍ଟା ଚିଟ ବାହାର କରୁଥିବାବେଳେ ପୋଲିସ ହାତରେ ଧରାପଡିଥିଲେ l ସେମାନଙ୍କ ଠାରୁ ପୋଲିସ ଦଶ ହଜାର ସାତ ଶହ ଦଶ ଟଙ୍କା ଏବଂ ସଟ୍ଟା ଚାଟ ଜବତ କରିଛି ପୋଲିସ l ଏହାସହ ଏନେଇ ଝାରସୁଗୁଡା ପୋଲିସ କେଶ ନମ୍ବର ୨୯୩ ଏବଂ ୨୯୪ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ କରିବାସହ ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରିଥିବା ନେଇ ଆଜି ବୁଧବାର ସନ୍ଧ୍ୟା ୭ ଟା ୩୦ ରେ ସୂଚନା ଦେଇଛି l