Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଆଠଗଡ଼ର କୋରଙ୍ଗା ଓ ତିଗିରିଆର ପାଇକସାହିରେ ଅବକାରୀ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଗୁଡ଼ପୋଚ ନଷ୍ଟ

Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ, ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମରେ କଟକ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ସହ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଗୁଡପୋଚ ଜବତ କରିଛି। ଏହି ଚଢାଉରେ ସର୍ବମୋଟ ୧୭୫୦ ଲିଟର ଦେଶୀ ମଦ ସହ ୧୫,୪୭୦ ଲିଟର ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଏହା ସହ ୨୫ ଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ଆଲୁମିନିଉମ ହାଣ୍ଡି ପୋଖରୀ ଭିତରୁ ଜବତ କରାଯାଇ ୫ ଟି ମାମଲା ରୁଜୁ କରାଯାଇଛି ବୋଲି ଶୁକ୍ରବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା।
Read More News
T & CPrivacy PolicyContact Us