Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା ଏନଏସି ମାନ୍ୟତା ପାଇବା ପରେ ଖୁସିର ଲହରୀ। ଏହାକୁ ନେଇ ଆଜି ରବିବାର ଅପରାହ୍ନ ତିନିଟା ସମୟରେ ପ୍ରତିକ୍ରି୍ୟା ରଖିଲେ ଅଞ୍ଚଳ ବାସୀ।

Lanjigarh, Kalahandi | Aug 31, 2025
ଆଜି ସାୟତ୍ତ ଶାସନ ଦିବସ ଅବସରରେ ମୂଖ୍ୟମନ୍ତ୍ରୀ କଳାହାଣ୍ଡି ର ଜୟପାଟଣା ଓ ନର୍ଲାକୁ ଏନଏସି ଘୋଷଣା କରିବା ପରେଅଞ୍ଚଳର ଜନସାଧାରଣ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଛନ୍ତି ଜନତା।ପୂର୍ବ ବିଜେଡି ସରକାର ସମୟରେ ଜୟପାଟଣା କୁ ଏନଏସି ଘୋଷଣା ହୋଇଥିଲା କିନ୍ତୁ ସରକାର ବଦଳିବା ପରେ ନିକଟରେ ବର୍ତ୍ତମାନ ର ବିଜେପି ସରକାର ୧୨ ଗୋଟି ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ।ଏଥିରେ ଜୟପାଟଣା କୁ ବାଦ ଦିଆଯାଇଥିବା ବେଳେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦେଇ ଜୟପାଟଣା କୁ ଏନଏସି ଘୋଷଣା କରିବା ପାଇଁ ଦାବି କରାଯାଇଥିଲା।
Read More News
T & CPrivacy PolicyContact Us