Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାବାଳିକାକୁ ଅପହରଣ ଉଦ୍ୟମ ଅଭିଯୋଗରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ବାନ୍ଧିଲା ଖାରବେଳ ନଗର ଥାନା ପୋଲିସ

Bhubaneswar M Corp, Khordha | Sep 30, 2025
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ କାଳିଆ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ରୁଚି ହୋଟେଲ୍ ନିକଟରେ ଥିବା "କୁକୁଡୁ କୁ ଫାଷ୍ଟଫୁଡ୍ ଷ୍ଟଲ୍"ରେ କାମ କରନ୍ତି । ସେ ଅଭିଯୋଗକାରିଣୀଙ୍କ ନାବାଳିକା କନ୍ୟାଙ୍କୁ ନିୟମିତ ଭାବେ ହଇରାଣ ହରକତ କରିବା ସହ ତାଙ୍କୁ ରାସ୍ତାରେ ପିଛା କରୁଥିଲେ ଓ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ ଏବଂ ଅପହରଣ କରିବାର ଧମକ ମଧ୍ୟ ଦେଉଥିଲେ । ଘଟଣା ଦିନ ଅଭିଯୁକ୍ତ କାଳିଆ ଜୋରଜବରଦସ୍ତ ଅଭିଯୋଗକାରିଣୀଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ଦୁଇ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ନାବାଳିକା ଝିଅ ଙ୍କୁ ଜୋରଜବରଦସ୍ତ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲେ
Read More News
T & CPrivacy PolicyContact Us