This browser does not support the video element.
ଢେଙ୍କାନାଳ ସଦର: ଢେଙ୍କାନାଳ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ଯୁବକଙ୍କ ମ୍ରୃତ୍ୟକୁ ନେଇ ଗ୍ରାମବାସୀଙ୍କ ଶବରଖି ରାସ୍ତା ଅବରୋଧ
Dhenkanal Sadar, Dhenkanal | Sep 13, 2025
ଢେ଼ଙ୍କାନାଳ ଅବକାରୀ ବିଭାଗ ଦ୍ଵାରା ଗତ ୧୧ ତାରିଖ ଦିନ ଗିରଫ ହୋଇଥିବା ବେଣୁଧର ସେନାପତି ୪୨ ବର୍ଷ ନାମକ ଯୁବକ ଙ୍କର ମୃତ୍ୟୁ ଦେହ ଆଜି ତା ୧୩।୯ ରିଖ ସକାଳ ୮ ଘଣ୍ଟା ସମୟରେ ଢେଙ୍କାନାଳ ଟାଉନ୍ ଥାନା ଅଧିନ ରଥଗଡା ଅଞ୍ଚଳରୁ ଉଧାର ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଏବଂ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ୫୫ ନଂ ଜାତୀୟ ରାଜପଥ ଗଉଡକାଟେଣି ଛକ ନିକଟରେ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଥିଲା।