This browser does not support the video element.
ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
Debagarh, Debagarh (Deogarh) | Sep 13, 2025
ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତର- ପଶ୍ଚିମ ବଙ୍ଗୋପସାଗର ଉତର-ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ନିକଟବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଦିଗକୁ ଢଳି ରହିଛି । ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡିଶା ଏବଂ ସଂଲଘ୍ନ ଉତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ ଦେଇ ପଶ୍ଚିମ- ଉତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ଆଜି ଠାରୁ ଆସନ୍ତା ୧୭ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡବର୍ଷା ଏବଂ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।