This browser does not support the video element.
ଟିଟିଲାଗଡ: ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ଆସନ୍ତା ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବ ବିଜେଡି - ସାମ୍ବାଦିକ ସମ୍ମିଳନୀରେ ସୂଚନା
Titlagarh, Balangir | Sep 13, 2025
ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା - ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ନେତ୍ରୀ ଶ୍ରୀମତି ଟୁକୁନି ସାହୁ। ଟିଟିଲାଗଡ଼ - ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେଡ଼ି ନେତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନରୁ ସଇଁତଳା ବାସି ଏନଏସି ମାନ୍ୟତା ଦାବି କରି ଆସୁଥିଲେ। ବିଗତ ଦିନରେ ନବୀନ ପଟ୍ଟନାୟକଙ୍କ ସରକାରରେ ଏନଏସି ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସରକାର ପରିବର୍ତ୍ତନ ପରେ ତାହା ଘୋଷଣା ହେଲା ନାହିଁ।