This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ - ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ - ଯୋଗଦେଲେ ପୂର୍ବତନ ଡ଼ିଜି ଯମୁନା ପ୍ରସାଦ ଗୋଏଲ
Titlagarh, Balangir | Aug 21, 2025
ଟିଟିଲାଗଡ଼ - ଆଜି ହେଉଛି ବିଶ୍ଵ ବରିଷ୍ଠ ନାଗରିକ ଦିବସ। ତେବେ ଏହି ଦିବସକୁ କ୍ଲବ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ବରେ ସ୍ଥାନୀୟ ପ୍ରଭାତ ଗୋୟଲଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ଲାୟନ ଡ ଘନଶ୍ୟାମ ଜୈନ, ରତ୍ନାକର ସାହୁ, ଶ୍ରୀମତି ମିନାକ୍ଷୀ ସାହୁ, ଶ୍ରୀମତି ବିନ୍ଦୁ ସାହୁ, ଶ୍ରୀମତି ଲଳିତା ଲାଠ, ଶ୍ରୀମତି ଗାୟତ୍ରୀ ଜୈନଙ୍କୁ କ୍ଲବ ସଭାପତି ଓ ପୂର୍ବତନ ଡି ଜି ଯମୁନା ପ୍ରସାଦ ଗୋଏଲ ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହ ସେମାନଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ କ୍ଲବ ସଦସ୍ୟ।