This browser does not support the video element.
କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନ ଠକେଇର ଶିକାର, ଥାନାରେ ଏତଲା
Cuttack M Corp PS, Cuttack | Aug 21, 2025
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନ ଠକେଇର ଶିକାର ହୋଇଛନ୍ତି। ରାତାରାତି କୋଟିପତି ହେବା ନିଶାରେ ଏହି ଲୋକମାନେ ଅନଲାଇନ ଆପରେ ଲକ୍ଷାଧିକ ଟଙ୍କା ନିବେଶ କରିଥିଲେ। ଠକେଇର ଶିକାର ହେବା ପରେ ସମସ୍ତେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି। ଗୁରୁବାର ଅପରାହ୍ନ ୫.୩୦ ମିନିଟ ସମୟରେ ଏହି ଏତଲା ଦେଇଛନ୍ତି ଅନଲାଇନ ଠକେଇର ଶିକାର ବ୍ୟକ୍ତି। ପୋଲିସ ସମସ୍ତଙ୍କ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।