This browser does not support the video element.
ରାଜଗାଙ୍ଗପୁର: ଘୋଘର ରାସ୍ତା ରେ ପୋଲିସ ର ଅପରେସନ ଗଜରାଜ ୨୭ ଗ୍ରାମ ରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ,୭ ଅଭିଯୁକ୍ତ ଗିରଫ
Rajagangapur, Sundargarh | Sep 1, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୋଲିସ ବ୍ରାଉନ ସୁଗାର କାରବାର ଉପରେ ଚଢ଼ାଉ କରି ବଡ ଧରଣର ସଫଳତା ହାସଲ କରିଛି।ଘୋଘର ରାସ୍ତା ରେ ଚଢ଼ାଉ କରି ୨୭ ଗ୍ରାମ ରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରିଛି ଯାହାର ଆନୁମାନିକ ମୁଲ୍ୟ ୩ ଲକ୍ଷ ରୁ ଉର୍ଦ୍ଧ୍ବ ହେବ।ଏହା ସହ ଏହି କାରବାର ଚଳାଉଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇଆଇସି ବିଜୟ କୁମାର ଏହି ଚଢ଼ାଉ କରିଥିଲେ।