This browser does not support the video element.
ବୌଦ୍ଧ ସଦର: ଗୁଣ୍ଡୁରି ସାହି ନିକଟରୁ ୨୦ କେଜି ବାରହା ମାଂସ ଜବତ ଘଟଣା, ନମୁନା ସଂଗ୍ରହ ପରେ ମାଂସକୁ ପୋତିଲା ବନ ବିଭାଗ
Baudh Sadar, Boudh (Bauda) | Aug 24, 2025
ରବିବାର ଗୁଣ୍ଡୁରି ସାହି ନିକଟରୁ ମାଧପୁର ରେଞ୍ଜ ପକ୍ଷରୁ ଜବତ ହୋଇଥିବା 20 କେଜି ବାରହା ମାଂସରୁ ନମୁନା ସଂଗ୍ରହ ପରେ ଜବତ ମାଂସକୁ ପୋତି ଦେଇଛି ବନ ବିଭାଗ l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମାଧପୁର ରେଞ୍ଜ ବନ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ତଳଗାଁ-କୁଶଙ୍ଗ ରାସ୍ତାରେ ଆସୁଥିବା ଏକ ବାଇକକୁ ଅଟକାଇ ଥିଲେ l ବାଇକ ଚାଳକ ବନ କର୍ମଚାରୀଙ୍କୁ ଦେଖି ରାସ୍ତାରେ ବାଇକ ସହ ମାଂସ ଛାଡ଼ି ଦଉଡ଼ି ପଲାଇ ଯାଇଥିଲେ l