This browser does not support the video element.
କଟକ ପୌରାଞ୍ଚଳ: ଏସସିବି ମେଡିକାଲ ହଷ୍ଟେଲରୁ ବାଇକ ଚୋରି ମାମଲାରେ ରୋଷେଇୟାକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ
Cuttack M Corp PS, Cuttack | Aug 26, 2025
କଟକ ଏସସିବି ମେଡିକାଲ କଲେଜ ହଷ୍ଟେଲରୁ ହଷ୍ଟେଲ ଛାତ୍ରଙ୍କ ବାଇକ ଚୋରି କରିବା ମାମଲାରେ ହଷ୍ଟେଲ ରୋଷେଇୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା କୃଷ୍ଣ ଚନ୍ଦ୍ର ସାହୁ। ଏ ନେଇ ମଙ୍ଗଳବାର ରାତି ୧୧ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ସେ ଏସସିବି ମେଡିକାଲ କଲେଜ ହଷ୍ଟେଲରେ ରୋଷେଇୟା ଭାବେ କାର୍ଯ୍ୟ କରୁଥିଲା। କିଛି ଦିନ ପୂର୍ବରୁ ସେ ବାଇକ ଚୋରି କରିଥିଲା।