This browser does not support the video element.
ସୁନ୍ଦରଗଡ ସହର: ହେମଗିର ଚନ୍ଦନ ତୋଳା ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ଅଗ୍ନି ଶମ ବାହିନୀ ଦ୍ଵାରା ମୃତ ଦେହ ଉଦ୍ଧାର
Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ଅପରାହ୍ନ 3:40 ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ଘଟଣା। ଟିକେଶ୍ୱର ବିସାର ନାମକ ଜଣେ 62 ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି। ଟିକେଶ୍ୱର ଗାଧୋଉ ଥିଲା ବେଳେ ପାଣି ଭିତରେ ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ପାଣି ଉପରକୁ ନ ବାହାରିବାରୁ ଅନ୍ୟ କେତେକ ବ୍ୟକ୍ତି ଏ ନେଇ ଦମକଳ ବାହିନୀ ଙ୍କୁ ସୂଚିତ କରିଥିଲେ। ତେବେ ଏହି ଘଟଣା ନିମିସକ ମଧ୍ୟରେ ଚାରି ଆଡେ ଖେଳି ଯାଇଥିଲା। ଘଟଣା ସ୍ଥଳରେ ହେମଗିର ପୋଲିସ ମଧ୍ୟ ପହଞ୍ଚିଥିଲେ। ତେବେ ଦମକଳ ବାହିନୀ ଶବକୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡିଛି।