Download Now Banner

This browser does not support the video element.

କୋରାପୁଟ ସହର: ଲଗାଣ ବର୍ଷାରେ ବଢୁଛି ଜଳସ୍ତର ଜଲାପୁଟ ଡ୍ୟାମରେ ତିନୋଟି ଗେଟ୍ ଖୋଲି ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ ଜାରି

Koraput Town, Koraput | Aug 27, 2025
ଲଗାଣ ବର୍ଷା ପ୍ରଭାବରେ ଜଲାପୁଟ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି। ଡ୍ୟାମର ଜଳସ୍ତର ବିପଦ ସଙ୍କେତରେ ଥିବାରୁ ମଙ୍ଗଳବାର ଠାରୁ ଡ୍ୟାମର ତିନୋଟି ଗେଟ୍ ଖୋଲି ୧୦ କ୍ୟୁସେକ ବର୍ଷା ଜଳ ନିଷ୍କାସନ କରାଯାଇଥିଲା। ଗତ ୨୪ ଘଣ୍ଟାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜଲାପୁଟ ଡ୍ୟାମର ଜଳଧାରଣା କ୍ଷମତା ୨୭୫୦ ଘନଫୁଟ ଥିବା ବେଳେ ଜଳସ୍ତର ୨୭୪୮ ଘନଫୁଟରେ ପହଞ୍ଚିଛି। ଜଲାପୁଟ ଡ୍ୟାମର ତିନୋଟି ଗେଟ୍ ମାଧ୍ୟମରେ ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଆଜି ଅପରାହ୍ନ ୪ଟା ସମୟରେ ଡ଼୍ୟାମ କର୍ତୁପକ୍ଷ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us