This browser does not support the video element.
ଦେବଗଡ: ଦଲକ ଗ୍ରାମରେ ୫ ଦିନ ହେଲା ଦନ୍ତାହାତୀ ଉପଦ୍ରବ ଜାରି ରହିଛି, ନଷ୍ଟ ହେଉଛି ଏକଡ ଏକଡ ଧାନ ଫସଲ
Debagarh, Debagarh (Deogarh) | Sep 6, 2025
ରିଆମାଳ ବନାଂଚଳ କରଲଗା ଗ୍ରାମପଂଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଗତ ୫ ଦିନ ହେଲା ଦନ୍ତାହାତୀ ଉପଦ୍ରବ ଜାରି ରହିଛି । ହାତୀ ଉପଦ୍ରବ ଯୋଗୁଁ ଦଲକ ଗ୍ରାମ ସମେତ ଆଖପାଖ ଅଂଚଳରେ ଏକଡ ଏକଡ ଧାନ ଫସଲ ନଷ୍ଟ ହେଉଥିବା ଜଣାପଡିଛି । ବନବିଭାଗ ଦନ୍ତା ହାତୀ ଘଉଡାଇବାରେ ଫେଲ ମାରିଥିବା ବେଳେ ଧାନ ଫସଲ ନଷ୍ଟ ହେବା ସହିତ ଲୋକ କ୍ଷୟକ୍ଷତି ଶିକାର ହେଉଛନ୍ତି । ଆଜି ଦିନ ତମାମ ଦଲକ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ଆଜି ରାତି ପ୍ରାୟ ୧୦ ଟାରେ ମଧ୍ୟ ଉକ୍ତ ଅଂଚଳରେ ଦନ୍ତା ହାତୀ ରହିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରୁଥିବା ଜଣାପଡିଛି ।