Download Now Banner

This browser does not support the video element.

ଦେବଗଡ: କୋରଡପସି ଗାଁରେ ଶୌଚ ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ

Debagarh, Debagarh (Deogarh) | Sep 11, 2025
ଦେବଗଡ ବନଖଣ୍ଡରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି । ରିଆମାଳ ବନାଂଚଳ କୋରଡପସି ଗ୍ରାମରେ ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ପାଇଁ ଜଣେ ବୃଦ୍ଧ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ସେହି ଗାଁର କୁହ୍ଳ ନାଏକ (୬୨ ) ବୋଲି ଜଣାପଡିଛି । ଗତକାଲି ରାତିରେ ଏକ ହାତୀପଲ କୋରଡପସି ଗାଁ ନିକଟ ଜଙ୍ଗଲରେ ଥିବା ବେଳେ ବନବିଭାଗ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯାଇନଥିଲା ।
Read More News
T & CPrivacy PolicyContact Us