This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଉଚିତ ସମୟରେ ମିଳୁନି ପ୍ରାପ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ମିଳିତ ଜନ ଶୁଣାଣି ରେ ଅଭିଯୋଗ କରିଛନ୍ତି ଭଣ୍ଡାରିପୋଖରୀ ଆଶା କର୍ମୀ
Bhadrak Rural, Bhadrak | Sep 1, 2025
16 ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ଦିନ 12 ଟାରେ ପହଞ୍ଚିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ କାର୍ଯ୍ୟରତ ଆଶାକର୍ମୀ। ଅଭିଯୋଗ ଅନୁଯାୟୀ ବିଗତ 15 ବର୍ଷ ହେବ ବ୍ଲକରେ 153 ଜଣ ଆଶାକର୍ମୀ ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ତେବେ ବିଗତ କିଛି ମାସ ହେବ ସେମାନଙ୍କୁ ସଠିକ ସମୟରେ ସେମାନଙ୍କ ପ୍ରାପ୍ୟ ସହିତ ଅନ୍ୟାନ୍ୟ ଇନସେନଟିଭ ଯୋଗାଇ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାଛଡା ଭଣ୍ଡାରିପୋଖରୀ ମେଡିକାଲ ବିପିଏମ ମଧ୍ୟ ଅନେକ ସମୟରେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି