This browser does not support the video element.
ଝାରସୁଗୁଡା: ବର୍ଷା କୁ ଖାତିର ନକରି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ଶକ୍ତି ପ୍ରଦର୍ଶନ କଲା ଯୁବ କଂଗ୍ରେସ
Jharsuguda, Jharsuguda | Sep 3, 2025
ବର୍ଷା କୁ ଖାତିର ନକରି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ଶକ୍ତି ପ୍ରଦର୍ଶନ କଲା ଯୁବ କଂଗ୍ରେସ l ଆଜି ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ସମୟରେ ଝାରସୁଗୁଡା ଜିଲ୍ଲାକୁ ରାଷ୍ଟ୍ରୀୟ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶୋଭା ଓଝା ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପହଁଚି ଥିଲେ l କଂଗ୍ରେସ ପକ୍ଷରୁ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବୁଧବାର ପୂର୍ବାହ୍ନ ୧୧ ଟା ୩୦ ରେ ପ୍ରବଳ ବର୍ଷାରେ ଭିଜିଭିଜି ଉଭୟ ଙ୍କୁ ସ୍ୱାଗତ କରାଯିବାସହ ଶକ୍ତି ପ୍ରଦର୍ଶନ କରାଯାଇଛି l