This browser does not support the video element.
ଦେବଗଡ: ଖଜୁରୀଦର୍ହ ଗାଁରେ ବାପ ଓ ମାଙ୍କୁ ହରାଇ ଆର୍ଥିକ ଅଭାବରୁ ପାଠ ଛାଡିଥିବା ଛାତ୍ରୀ ପାଇଁ ସାହାଯ୍ୟର ହାତ ବଢାଇଲେ ବିଧାୟକ
Debagarh, Debagarh (Deogarh) | Sep 8, 2025
ତିଲେଇବଣି ବ୍ଲକ ଅନ୍ତର୍ଗତ ଖଜୁରୀଦର୍ହ ଗ୍ରାମରେ ବାପା ଓ ମାଙ୍କୁ ହରାଇ ଆର୍ଥିକ ଅଭାବରୁ ଦଶମ ପରେ ପାଠ ଛାଡି ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କ ପାଇଁ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ସାହାଯ୍ୟର ହାତ ବଢାଇଛନ୍ତି । ଦେବଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ତାଙ୍କ ନାମ ଲେଖାଇବା ସହିତ ସରକାରୀ ସହାୟତା ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ସଂପୃକ୍ତ ନାବାଳିକା ଛାତ୍ରୀ କରୋନା ସମୟରେ ତାଙ୍କ ବାପା ଓ ମାଙ୍କୁ ହରାଇଥିବା ବେଳେ ବୃଦ୍ଧା ଆଈ ପାଖରେ ଆଶ୍ରୟ ନେଉଥିଲେ । ଅନ୍ୟପଟେ ଅର୍ଥାଭାବ ଯୋଗୁଁ ଦଶମ ପରେ ପାଠ ଛାଡି ଦେଇଥିଲେ ।