This browser does not support the video element.
ଦେବଗଡ: ବିର୍ସାମୁଣ୍ଡା ଛକ ନିକଟ ରାଂଚି – ବିଜୟୱାଡା ରାସ୍ତାରେ ବାଇକ ଦୁର୍ଘଟଣାରେ ଜେଏନଭି କର୍ମଚାରୀ ଗୁରୁତର
Debagarh, Debagarh (Deogarh) | Sep 11, 2025
ଦେବଗଡ ସହର ବିର୍ସାମୁଣ୍ଡା ଛକ ନିକଟ ରାଂଚି – ବିଜୟୱାଡା ରାସ୍ତାରେ ଆଜି ସନ୍ଧ୍ୟା ପ୍ରାୟ ୫ ଟାରେ ବାଇକ ଦୁର୍ଘଟଣାରେ ସ୍ଥାନୀୟ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ବ୍ୟକ୍ତି ରିଆମାଳ ବ୍ରାହ୍ମଣସାହିର ଅନାଦି ପ୍ରଧାନ ବୋଲି ଜଣାପଡିଛି । ଅନାଦି ଆଜି ସନ୍ଧ୍ୟାରେ ଦେବଗଡ ସହରରୁ ରାଂଚି – ବିଜୟୱାଡା ରାସ୍ତା ଦେଇ ନିଜ ବିଦ୍ୟାଳୟକୁ ଯାଉଥିଲେ । ହଠାତ ବାଇକ ସାମ୍ନାକୁ ଏକ ଘୁଷୁରି ପଳାଇ ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ ସହିତ ରାସ୍ତାରେ ଛିଟିକି ପଡିଥିବା ବେଳେ ଗୁରୁତର ଆହତ ହୋଇଥିଲେ ।