This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଛାତ୍ରଛାତ୍ରୀ
Bhubaneswar M Corp, Khordha | Sep 9, 2025
ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଲାଗି ରହିଛି ଚାପା ଉତେଜନା । ଗତକାଲି ଅଣଛାତ୍ରଙ୍କୁ ବାହାର କରିବା ପରେ ଆଜି ତାତିଛନ୍ତି ଛାତ୍ର ସଂଗଠନ । ଭିସି ଅଫିସରେ ଧସେଇ ପଶିବା ସହ କ୍ୟାମ୍ପସକୁ ଜବରଦଖଲ ଉଛେଦ, ଭଡାରେ ଲାଗିଥିବା କ୍ବାର୍ଟର ଖାଲି କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ବିଶ୍ବବିଦ୍ୟାଳୟର କିଛି କର୍ମଚାରୀ କ୍ୟାମ୍ପସରେ ମେହେନ୍ଦୀ ପାର୍ଟି କରିଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଘେରିଛନ୍ତି ଅସନ୍ତୁଷ୍ଟ ଛାତ୍ର ।